Thursday 24th April 2025 |
Today's Paper
| Archives
Thursday, March 28, 2019 |
Archives
ଓଡ଼ିଶା ସ୍ୱତନ୍ତ୍ର
ଅନ୍ତର୍ଜାତୀୟ
କେନ୍ଦ୍ରାପଡ଼ା
ଜଗତ୍ସିଂହପୁର
ସୁବର୍ଣ୍ଣପୁର
ଶିକ୍ଷା ଓ ନିଯୁକ୍ତି
ଜୀବନଚର୍ଯ୍ୟା
ଶ୍ରେଷ୍ଠ ପାଞ୍ଚ
News in English
Posted inଖେଳ, ଜାତୀୟ
ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ: ‘ଆଇଏସଆଇଏସ କଶ୍ମୀର’ରୁ ଆସିଲା ଇମେଲ
9:50 amApril 24, 2025April 24, 2025 /
08
ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ତଥା ପୂର୍ବତନ ଭାଜପା ଏମପି ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ମୃତ୍ୟୁ ଧମକ ମିଳିଛି। ଏପ୍ରିଲ ୨୨ରେ ଦୁଇଟି ଇମେଲ ମାଧ୍ୟମରେ ତାଙ୍କୁ “ଆଇକିଲ୍ୟୁ” (IKillU) ମେସେଜ ପଠାଯାଇଥିଲା। ଏହି ଘଟଣା ପରେ ଗମ୍ଭୀର ଦିଲ୍ଲୀ ପୋଲିସରେ ଏକ ଲିଖିତ ଅଭିଯୋଗ ଦାଖଲ କରି ଏଫଆଇଆର ରୁଜୁ କରିବା ସହ ନିଜ ପରିବାର ପାଇଁ ସୁରକ୍ଷା ମାଗିଛନ୍ତି।
Former BJP MP and current head coach of the Indian cricket team, Gautam Gambhir, received a death threat from ‘ISIS Kashmir’. On Wednesday, he approached the Delhi Police, filing a formal complaint for an FIR and seeking measures to safeguard his family’s security: Office of… pic.twitter.com/MEG26UIwFh
— ANI (@ANI) April 24, 2025
ସୂଚନାଥାଉ କି, ଏହା ପୂର୍ବରୁ ୨୦୨୧ ମସିହା ନଭେମ୍ବରରେ ମଧ୍ୟ ତାଙ୍କୁ ଏକ ସମାନ ଧମକ ଇମେଲ ମିଳିଥିଲା। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ଏବଂ ଗମ୍ଭୀରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡି କରାଯାଇଛି। ଏହା ସହିତ, ଗମ୍ଭୀର ନିକଟରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ନିନ୍ଦା କରିଥିଲେ, ଯେଉଁଥିରେ ୨୬ ଜଣ ନାଗରିକ ପ୍ରାଣ ହରାଇଥିଲେ। ତେବେ ଏନେଇ ପୋଲିସର ତଦନ୍ତ ଜାରି ରହିଛି ।
Tags:Gautam GambhirJammu Kashmir Terror Attacks
Enter your email to get our daily news in your inbox.
Leave this field empty if you're human:
All Right Reserved By Dharitri.Com
Posted inHome Left, ଖେଳ, ଜାତୀୟView All
ବିଦ୍ୟୁତ ସଂଯୋଗକୁ ନେଇ ଏଲ ଆଣ୍ଡ ଟି କମ୍ପାନୀକୁ ବିରୋଧ କଲେ ଗ୍ରାମବାସୀ
ପରଜଙ୍ଗ,୨୪।୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ତୋର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦପୁର ଗାଁରେ ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ କରୁଥିବା ଏଲ ଆଣ୍ଡ ଟି...
ଦାରିଙ୍ଗବାଡି ଆଇଆଇସିଙ୍କ ଡିଏସପି ପାହ୍ୟାକୁ ପଦନ୍ନୋତି , ଜିଲାରେ ୬ ଜଣ ଅଧିକାରୀଙ୍କ ପଦନ୍ନୋତି
ଦାରିଙ୍ଗବାଡି, ୨୪ ।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଇଆଇସିମାନଙ୍କୁ ଓପିଏସ ଗ୍ରୁପ-ଏ (ଜୁନିଅର ଶାଖା)ର ଗ୍ରେଡକୁ ପଦୋନ୍ନତି କରାଯାଇଛି। ଏହି...
କଶ୍ମୀର ଟୁର୍ ବାତିଲ କରୁଛନ୍ତି ୯୦% ପର୍ଯ୍ୟଟକ
ନୂଆଦିଲ୍ଲୀ, ୨୪।୪: ଜମ୍ମୁ-କଶ୍ମୀରର ପହଲ୍ଗାମ ଆତଙ୍କବାଦୀ ଆକ୍ରମଣର ପ୍ରଭାବ ପର୍ଯ୍ୟଟନ କ୍ଷେତ୍ର ଉପରେ ପଡ଼ିଛି। ଲୋକମାନେ ବଡ଼ସଂଖ୍ୟାରେ ଜମ୍ମୁ-କଶ୍ମୀର ଭ୍ରମଣ ପାଇଁ କରିଥିବା ଅଗ୍ରିମ ବୁକିଂକୁ...
ଜାତୀୟ ପଞ୍ଚାୟତିରାଜ ଦିବସ ଏବଂ ଓଡ଼ିଶା
ପଞ୍ଚାୟତ ବ୍ୟବସ୍ଥା ଆଜିର ନୁହେଁ, କେଉଁ ଆବହମାନ କାଳରୁ ଆମ ସମାଜରେ ଏହା ପ୍ରଚଳିତ ହୋଇଆସୁଛି। ସେଥିପାଇଁ ଆମ ଗଁା ଗହଳିରେ କଥା କଥାରେ କହନ୍ତି,...
କଶ୍ମୀରୀ ଖବରକାଗଜ ପୃଷ୍ଠାରେ ପହଲଗାମ୍ ଆକ୍ରମଣର ପ୍ରତିବାଦ
ପହଲଗାମ୍,୨୪।୪: ପହଲଗାମ୍ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ପରେ ବୁଧବାର ଜମ୍ମୁ-କଶ୍ମୀରରୁ ପ୍ରକାଶ ପାଇଥିବା ଖବରକାଗଜଗୁଡ଼ିକରେ ପ୍ରତିବାଦର ସ୍ବର ପ୍ରତିଧ୍ୱନିତ ହୋଇଛି। ଇଂଲିଶ ଓ...
Pahalgam Terror Attack: ନିସ୍ତବ୍ଧ ଇଶାଣୀ ଗାଁ
ବାଲେଶ୍ୱର, ୨୪।୪(ବାଞ୍ଛାନିଧି ଦେ):ବାଲେଶ୍ୱର ସଦର ବ୍ଲକ ସାରଗାଁ ପଞ୍ଚାୟତ ଅଧୀନ ଇଶାଣୀ ଗାଁ ଏବେ ନିସ୍ତବ୍ଧ। ସମସ୍ତେ ହତବାକ୍ ଓ ମ୍ରିୟମାଣ। ପ୍ରଶାନ୍ତଙ୍କ ମୃତ୍ୟୁକୁ କେହି...
Pahalgam Terror Attack: ପାକ୍କୁ ବଡ଼ ଧମକ ଦେଲା ଭାରତ, ରାଷ୍ଟ୍ରଦୂତଙ୍କୁ ପଠାଇଲା ସମନ
ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତ। ଏହାରି ଭିତରେ ସବୁଠୁ ବଡ଼ ଖବର ହେଉଛି, ଭାରତ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ...
ଆଜିଠାରୁ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟରେ ଖରାଛୁଟି
ଭୁବନେଶ୍ୱର,୨୪।୪(ସୁଚିସ୍ମିତା ସାହୁ): ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ଏଥିରୁ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାରଠାରୁ ଉଚ୍ଚଶିକ୍ଷା ବିଭାଗ...
ଧରିତ୍ରୀ କାର୍ଟୁନ
Archives Archives
Model This Week
ପିଲାଙ୍କ ଧରିତ୍ରୀ
Akash Dasnayak, Actor supports a Plastic Free Odisha. Do you?
Post navigation
Previous Post Previous post:
ବାଲେଶ୍ୱରରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରଶାନ୍ତଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ଘୋଷଣା
Next Post Next post:
ଅନ୍ତର୍ଜାତୀୟ
ଜୀବନଚର୍ଯ୍ୟା
Advertise with us
Copyright © Dharitri.com 2016-2025 - All rights reserved
Developed By Ratna Technology
ଓଡ଼ିଶା ସ୍ୱତନ୍ତ୍ର
ଅନ୍ତର୍ଜାତୀୟ
କେନ୍ଦ୍ରାପଡ଼ା
ଜଗତ୍ସିଂହପୁର
ସୁବର୍ଣ୍ଣପୁର
ଶିକ୍ଷା ଓ ନିଯୁକ୍ତି
ଜୀବନଚର୍ଯ୍ୟା
ଶ୍ରେଷ୍ଠ ପାଞ୍ଚ
News in English
Related News
10 May, 2025
Azamati races to wind-aided 9.93secs in . . .
20 Apr, 2025
Sports News | Reliance Foundation Athlet . . .
03 Apr, 2025
76ers provide big update on Joel Embiid' . . .
02 Apr, 2025
ធ្ងន់ហើយ! ក្រោយចាញ់យប់មិញ អ្នកគាំទ្រ Man . . .
13 Feb, 2025
Precision Drilling Announces 2024 Fourth . . .
26 Feb, 2025
Calls for King and William’s duchies to . . .
09 May, 2025
'Utterly shameful': Irish MEPs slam EU o . . .
11 Feb, 2025
Ranji Trophy 2024/25, Mumbai reach semi- . . .